ବଲାଙ୍ଗୀର ଲୋକ ଉନ୍ନତି ସଂଘଠନ ଦ୍ୱାରା ଆୟୋଜିତ “ପରମ୍ପରା ବିକାଶ ଯାତ୍ରା” ର “ପାଗଯୋଗ” କାର୍ଯ୍ୟକ୍ରମ ଗୁର୍ଖା ପଲା ଗ୍ରାମରେ ଆୟୋଜିତ ଜିଲ୍ଲାର ୯ଟି ବ୍ଲକର ଆଦିବାସୀ ସମୁଦାୟ ଏକ ମଞ୍ଚରେ ଆସି ନିଜର ଅଭିଜ୍ଞତା, ସଂସ୍କୃତି ଓ ପରମ୍ପରା ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଲେ । #ଗୁରୁଜନଚିଠି ଅନ୍ତର୍ଗତ ଗାଁର ବୟସ୍କ ଗୁରୁଜନମାନେ କହିଥିଲେ ସେମାନେ ଯୁବକ ଥିବା ସମୟରେ ଗାଁ କେମିତି ଜୀବନ୍ତ ଥିଲା, ଚାଷ ଧାନ୍ ଜଙ୍ଗଲର ସମୃଦ୍ଧି, ସମାଜର ସହଯୋଗ ଭାବ ଏବଂ ସେତିବେଳର ଜୀବନଶୈଳୀ କିପରି ଥିଲା ।