ଲାଞ୍ଜିଗଡ: ପିଣ୍ଡାପଦର ଭାଟି ପଡ଼ାରେ ଅଚଳ ବସୁଧା ପାନୀୟ ଜଳ ପ୍ରକଳ୍ପ ବେଢ଼ା,ନାଳ ପାଣି ହିଁ ପଡା ବାସୀଙ୍କ ଭରସା, ପଡା ବାସୀଙ୍କ ପ୍ରତିକ୍ରିୟା
ଥୁଆମୁଳ ରାମପୁର ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ୍। ବ୍ଲକର ବିକାଶ ପାଇଁ ରହିଛି ଅନେକ ଯୋଜନା। କିନ୍ତୁ ଆଜି ମଧ୍ୟ ଅନେକ ଗାଁ ରେ ନାହିଁ ପାନୀୟ ଜଳ ଭଳି ମୌଳିକ ସୁବିଧା। ଏହାର ଏକ ଜ୍ୱଳନ୍ତ ଉଦାହରଣ ପିଣ୍ଡା ପଦର ଭାଟିପଡା। ଲକ୍ଷ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣ ହେଇଥିଲା ସୌର ଚାଳିତ ବସୁଧା ପାନୀୟ ଜଳ ପ୍ରକଳ୍ପ। କିନ୍ତୁ ଏହି ପ୍ରକଳ୍ପ ଅଳ୍ପ ଦିନରେ ଅଚଳ ଯୋଗୁଁ ଏବେ ମଧ୍ୟ ପଡାବାସୀ ବେଢ଼ା, ନାଳ ପାଣି ଭରସା କରୁଥିବା ନେଇ ଶନିବାର ଅପରାହ୍ନରେ ଗଣମାଧ୍ୟମ ନିକଟରେ ପ୍ରତିକ୍ରିୟା ରଖିଛନ୍ତି ପଡବାସୀ।