ତାଳଚେର ସଦର: କଳମଛୁଇଁ ଗ୍ରାମରେ କୂଅରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର
କଳମଛୁଇଁ ଗ୍ରାମରେ ଏକ ପରିତ୍ୟକ୍ତ କୂଅରୁ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଛି।ଘଟଣାରୁ ପ୍ରକାଶକି କଳମଛୁଇଁ ଗ୍ରାମ ନୂଆ ମୁଣ୍ଡା ସାହିରେ ଜଣେ ଅଜଣା ବ୍ୟକ୍ତି କେଉଁଆଡ଼ୁ ଆସି ଦୀର୍ଘ ୭/୮ ବର୍ଷ ହେବ ଭିକ୍ଷା ବୃତ୍ତି କରି ରହି ଆସୁଥିଲେ । ହଠାତ ଶୁକ୍ରବାର ଅପରାହ୍ନ ୧୨ ଘଟିକା ସମୟରେ ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଏହି ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ଗ୍ରାମବାସୀ ଓ ପଞ୍ଚାୟତ ସରପଞ୍ଚ ଗୋପାଳପ୍ରସାଦ ଥାନା ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।