ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପାଚକ ପାଚିକା ମହାସଂଘ ପକ୍ଷରୁ ୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ଭୀମଭୋଇ କଲ୍ୟାଣ ମଣ୍ଡପ ଠାରୁ ମଙ୍ଗଳବାର ସକାଳେ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ପକ୍ଷରୁ ୭ ଦଫା ସମ୍ବଳିତ ଦାବିପତ୍ର କୁ ନେଇ ଏକ ରାଲି ମାଧ୍ୟମରେ ରେଢ଼ାଖୋଲ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ଉଲ୍ଲେଖ କରାଯାଇଛି ଯେ ପାଚକ ପାଚିକା କର୍ମଚାରୀ ମାନଙ୍କୁ କୌଣସି ନିଯୁକ୍ତି ପତ୍ର କିମ୍ବା ପରିଚୟ ପତ୍ର ପ୍ରଦାନ କର