ବଲାଙ୍ଗିର ଜିଲ୍ଲାର ପାଟଣା ରାଜ୍ୟ ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ମନ୍ଦିର ୧୫୦ ବର୍ଷ ପୁର୍ତ୍ତି ଅବସରରେ ଆଗାମୀ ଜାନୁୟାରୀରେ ମହୋତ୍ସବ ଆୟୋଜିତ ହେବ। ଏହାକୁ ନେଇ ଦେବାଳୟ ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଉପଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କୁ ମନ୍ଦିର ଉନ୍ନତିକରଣ ଶିଘ୍ର ସମ୍ପୁର୍ଣ୍ଣ କରିବା ଦାବି ସହ ୪ଟି ଦାବି ପ୍ରଦାନ କରାଯାଇଛି। ଟ୍ରଷ୍ଟ ସଦସ୍ୟମାନେ କହିଛନ୍ତି, ମାଁ ପାଟଣେଶ୍ୱରୀ ପୀଠକୁ ପର୍ଯ୍ୟଟନ ମାନ୍ୟତା ମିଳିଲେ ଏହା ଜିଲ୍ଲାର ଐତିହ୍ୟ ଓ ଆସ୍ଥାକୁ ଆଗେଇ ନେବ।