ନୂତନ ବର୍ଷରେ ନୂତନ ଅଧ୍ୟାୟ ଆରମ୍ଭ କରିବା ଲକ୍ଷ୍ୟରେ ବଲାଙ୍ଗିର ପୌରପରିଷଦ ନେଲା ଦୃଢ଼ ସଙ୍କଳ୍ପ। ଆଜି ବଲାଙ୍ଗିର ପୌର କାର୍ଯ୍ୟାଳୟରେ ପୌରାଧ୍ୟକ୍ଷା ଲିକା ସାହୁଙ୍କ ନେତୃତ୍ୱରେ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ସହ ସମସ୍ତ କାଉନସିଲରଙ୍କ ଉପସ୍ଥିତିରେ ନୂତନ ବର୍ଷ ସଙ୍କଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗିର ସହରର ସମଗ୍ର ବିକାଶ, ସ୍ୱଚ୍ଛତା ଓ ଉନ୍ନତି ପାଇଁ ସମସ୍ତେ ସଙ୍କଳ୍ପବଦ୍ଧ ହୋଇ କାମ କରିବାକୁ ଶପଥ ନେଇଛନ୍ତି।