ଆଜି ମଙ୍ଗଳବାର ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲୋ ପାଇକମାଲ ନିଜ ବାସଭବନରେ ଆଜି ସକାଳ 10ଟା 30 ମିନିଟ ସମୟ ପାଖା ପାଖି ରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ଆଜି ପଦ୍ମପୁର ଉପଖଣ୍ଡ ର ବିଭିନ୍ନ ଗାଁ ରୁ ଲୋକେ ଆସି ବରଗଡ଼ ସାଂସଦ ଙ୍କ ଠାରେ ନିଜ ସମସ୍ୟା ବିଷୟରେ ଜଣାଇଥିଲେ। ବରଗଡ଼ ସାଂସଦ ଲୋକଙ୍କ ସମସ୍ୟା ଶୁଣିବା ସହ କିଛି ସମସ୍ୟା ସମାଧାନ କରିଥିବା ବେଳେ ଅନ୍ୟ କିଛି ସମସ୍ୟା ଖୁବ ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।