ସ୍ଥାନୀୟ ରମାଇ ହାଇସ୍କୁଲ ପଡିଆରେ ଅଞ୍ଚଳ ରୁ ନବ ନିଯୁକ୍ତି ପାଇଥିବା ସୈନିକ ଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଏକ କାର୍ଯ୍ୟକ୍ରମ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ରାଜ୍ୟ ସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିଲେ ।ସମ୍ମାନିତ ଅତିଥି ଭାବରେ ଉପଖଣ୍ଡ ପୋଲିସ ଅଧିକାରୀ ସଦାନନ୍ଦ ପୂଜାରୀ ରହିଥିଲେ ।