କବିସୂର୍ଯ୍ୟନଗର: ସାଙ୍କୁଡ଼ା ଗ୍ରାମରେ ପୋଖରୀରେ ବୁଡି ବୃଦ୍ଧ ମୃତ
ବେଗୁନିଆପଡା ଥାନା ଅନ୍ତର୍ଗତ ସାଙ୍କୁଡ଼ା ବଡ଼ ଦାଣ୍ଡ ସାହିର କାର୍ତିକ ସ୍ୱାଇଁ (୭୬)ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି । ରବିବାର ଦିନ ମୃତକ କାର୍ତିକ ଖଲାଡି ସାହି ନିକଟସ୍ଥ ବୁଢ଼ା ବନ୍ଧରେ ମରି ପଡ଼ିଥିବା କିଛି ଲୋକ ଦେଖିବା ପରେ ତୁରନ୍ତ ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ । ମୃତକ ସକାଳ ସମୟରୁ ବିଲ କୁ ଯିବି କହି ଘରୁ ବାହାରି ଯାଇଥିଲେ । ହେଲେ କିଛି ସମୟ ପରେ ସେ ବୁଢା ବନ୍ଧ ହୁଡ଼ା ନିକଟରେ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ବେଗୁନିଆପଡା ପୋଲିସ ପହଞ୍ଚି ତଦନ୍ତ ଜାରୀ ରଖିଥିବା ବେଳେ ଶବ ବ୍ୟବଛେଦ ପରେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ।