ସାଇବର ଅପରାଧରୁ ସୁରକ୍ଷା ଏବଂ ସଚେତନତା ସୃଷ୍ଟି କୁ ନେଇ ଶନିବାର ଦିନ ପ୍ରାୟ ୪ ଟାରେ ଖୁଣ୍ଟା ଥାନା ପକ୍ଷରୁ ୱାକାଥନ ବା ପଦଯାତ୍ରା ଖୁଣ୍ଟା ଡିଗ୍ରୀ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଡ଼ିଗ୍ରୀ ମହାବିଦ୍ୟାଳୟ ଠାରେ ଖୁଣ୍ଟା ଥାନା ଆଇଆଇସି ପଞ୍ଚାନନ ମହାନ୍ତିଙ୍କ ନେତୃତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଉଦଳା ବିଧାୟକ ଭାସ୍କର ମଢ଼େଇ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ।