ଉପଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କ ନିର୍ଦ୍ଦେଶକ୍ରମେ ଆଗଲପୁର ବ୍ଲକରେ ଅବୈଧ ବାଲି ଖନନ ଓ ପରିବହନ ଉପରେ ଜୋରଦାର ଚଢଉ କରାଯାଇଛି। ରଫାଖୋଲ ଗ୍ରାମ ନିକଟ ଅଙ୍ଗ ନଦୀ ଠାରେ ଜିଲ୍ଲା ପ୍ରଶାସନ ଓ ଖଣି ବିଭାଗର ଯୁଗ୍ମ ଅଭିଯାନରେ ତିନୋଟି ହାଇୱା ଓ ଗୋଟିଏ ଚେନ୍ ମାଉଣ୍ଟ ଏକ୍ସଭେଟର ଜବତ ହୋଇଛି। ବନ୍ୟା ପ୍ରତିରୋଧକ କାନ୍ଥକୁ କ୍ଷତି ପହଞ୍ଚାଇଥିବା ଅଭିଯୋଗରେ ଦୋଷୀ ବିରୁଦ୍ଧରେ ଏଫଆଇଆର ଓ ଶୀଘ୍ର ମରାମତି ପାଇଁ ନିର୍ଦ୍ଦେଶ ଜାରି କରା ଜାଇ ଥିବାର ଆଜି ଅପରାହ୍ନ ୨ଟା ସମୟରେ ସୂଚନା ମିଳିଛି