ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ପକ୍ଷରୁ ୧୧ ତମ ସମିତି ବୈଠକ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହରେ ବ୍ଲକ ଅଧ୍ୟକ୍ଷ ସୁଧନ୍ୟା ନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଦିନ ପ୍ରାୟ ୧୧ ଟା ରୁ ୨ ଟା ଯାଏଁ ଅନୁଷ୍ଠିତ ହୋଇଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ବାରିପଦା ବିଧାୟକ ପ୍ରକାଶ ସରେନ, ସାଂସଦ ପ୍ରତିନିଧି ସରର୍ଦ୍ଧାର ହେମ୍ବ୍ରମ, ଉପାଧ୍ୟକ୍ଷା ଯବା କିସ୍କୁ , ବିଡିଓ ସତ୍ୟଜିତ ରାଉତ, ଜିଲ୍ଲା ପରିଷଦ ସୁନତୀ ମାରଣ୍ଡି , ସହକାରୀ ଯନ୍ତ୍ରୀ ବିନୋୟ ଜ୍ୟୋତି ଲେଙ୍କା , ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଉପେନ୍ଦ୍ର ସରେନ ପ୍ରମୁଖ ଯୋଗ ଦେଇଥିଲେ।