ରବିବାର ଦିନ ବାରିପଦାର ଭଞ୍ଜପୁର ଠାରେ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳାର ୭ମ ସନ୍ଧ୍ୟାରେ ପ୍ରଥମେ ଜାତୀୟ ସ୍ତରୀୟ ପ୍ରତିଯୋଗୀ ପ୍ରକାଶ ବେହେରା ଓ ଦେବାଶିଷ ବାରିକ ଚମତ୍କାର ଯୋଗାସନ ପରିବେଷଣ କରିଥିଲେ। ଶେଷରେ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ଼ ସାଥି ଙ୍କ କାର୍ଯ୍ୟକ୍ରମରେ ଦର୍ଶକ ଝୁମିଥିଲେ।