କୋଟପାଡ: ବିଚଲକୋଟା ଗାଁ ରୁ ବାଇକ୍ ଚୋରି କରି ଫେରାର ହେଉଥିବା ବେଳେ ବସ୍ ସହ ଧକ୍କା ହୋଇ ଚୋର ଗୁରୁତର ।
ବାଇକ୍ ଚୋରି କରି ଫେରାର ହେଉଥିବା ବେଳେ ବସ୍ ସହ ଧକ୍କା ହୋଇ ଚୋର ଗୁରୁତର । ଗୁରୁତର ଙ୍କୁ ବୈପାରିଗୁଡା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ବୈପାରିଗୁଡା ବ୍ଲକ ମହୁଲି ପଞ୍ଚାୟତର ବିଚଲକୋଟା ଗ୍ରାମରେ।ଆଜି ଅପରାହ୍ନ ୩ ଟା ସମୟରେ ଘଟିଛି l ଘଟଣା ଅନୁଯାୟୀ, ବିଚଲକୋଟା ଗ୍ରାମର ଲିପୁ ମହାପାତ୍ର ନିଜ ବାଇକ୍ ଘର ସାମ୍ନାରେ ରଖିଥିବା ବେଳେ ଜଣେ ଚୋର ବାଇକ୍ ଚୋରି କରି ଫେରାର ହୋଇଯାଇଥିଲା। ଚୋର ବିଚଲକୋଟା ରୁ ବାଇକ୍ ନେଇ ବୈପାରିଗୁଡା ଆଡ଼କୁ ଆସୁଥିବା ବେଳେ ମହୁଲି ଘାଟିରେ ଗୋଟିଏ ବସ୍ ସହିତ ଧକ୍କା ହୋଇଥିଲା। ଗୁରୁତର ଙ୍କୁ ବୈପାରୀଗୁଡା ମେଡ଼ିକାଲରେ ଭର୍ତ୍ତି କରାଯାଇଛି l