ଜୟପୁର: ଗଂଜେଇ ଚାଲାଣ ବେଳେ ଜବାକନାଡି ନିକଟରେ ଜୟପୁର ସଦର ଥାନା ର ଚଢ଼ାଉ, 2 ଗିରଫ
ଗଂଜେଇ ଚାଲାଣ ବେଳେ ଜୟପୁର ସଦର ପୋଲିସ ଚଢ଼ାଉ କରି ଦୁଇ ଅଭିଯୁକ୍ତ କୁ ଗିରଫ କରିଛି l ଗିରଫ ଦୁଇ ଅଭିଯୁକ୍ତ ହେଲେ ମାଛକୁଣ୍ଡ ଥାନା ବିଜାଗୁଡା ଗ୍ରାମର ଗୋପୀ ବଡ଼ ନାୟକ ଓ ବୈପାରୀଗୁଡା ଥାନା ବୋମେଲ ଗ୍ରାମର କୃଷ୍ଣ ଗାଦବା l ଏନେଇ ଆଜି ସଂନ୍ଧ୍ୟା 6ଟା ସମୟରେ ଜୟପୁର ସଦର ପୋଲିସ ତରଫରୁ ସୂଚନା ଦିଆଯାଇଛି l ଜୟପୁର ସଦରଥାନା ପୋଲିସ ଗତକାଲି ମଧ୍ୟରାତ୍ରୀ ୨ଟା ସମୟରେ ଟ୍ରାକ୍ଟର ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜବାକନାଡି ନିକଟରେ ଏକ ନମ୍ବର ବିହୀନ ଟ୍ରାକ୍ଟରକୁ ଅଟକାଇ ଲକ୍ଷାଧିକରୁ ଉର୍ଦ୍ଧ୍ବ ୧ କୁଇଣ୍ଟାଲ ୯୬ କେଜି ଗଞ୍ଜେଇ ଜବତ କରିଛି I