ଦିଗପହଣ୍ଡି: ଅନଙ୍ଗପୁର ମୁଖ୍ୟ ରାସ୍ତାରେ ବାଇକ ଦୁର୍ଘଟଣାଗ୍ରସ୍ତ; ଚାଳକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଅନଙ୍ଗପୁର ମୁଖ୍ୟ ରାସ୍ତାରେ ଏକ ମୋଟର ସାଇକେଲ ଦୃଘଟଣା ଗ୍ରସ୍ତ ହୋଇଚି ଯାହାଫଳରେ ମୋଟର ସାଇକେଲ ଚାଳକ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ମୋଟର ସାଇକେଲ ଚାଳକ ଜଣଙ୍କ ହେଲେ ବିଜୟ ରେଡ୍ଡୀ ତାଙ୍କ ଘର ପଦ୍ମନାଭପୁର ଗ୍ରାମ ବୋଲି ସୂଚନା ମିଳିଛି । ତେବେ ସୂଚନା ଅନୁସାରେ ବିଜୟ ରେଡ୍ଡୀ ଏକ ମୋଟର ସାଇକେଲ ଯୋଗେ କେଉଁ କାମରେ ବାହାରକୁ ଯାଇ ଘରକୁ ଫେରୁଥିଲେ ହେଲେ ରାସ୍ତାରେ ସେ ଅତ୍ୟଧିକ ମଦ୍ୟପାନ କରି ଗାଡ଼ି ଚଳାଉଥିବା ବେଳେ ଅନଙ୍ଗପୂର୍ ଗ୍ରାମ ମୁଖ୍ୟ ରାସ୍ତାରେ ମୋଟର ସାଇକେଲ ଟି ଭାରସାମ୍ୟ ହରାଇ ଦୃଘଟଣା ଗ୍ରସ୍ତ ହୋଇଥିଲା