ଲାଞ୍ଜିଗଡ: ଉପାନ୍ତ ଅଞ୍ଚଳ ବାଗଡିଆଣି ଠରେ କିଶୋରୀ ବାଳିକା ମାନଙ୍କ ପାଇଁ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ
ଶୁକ୍ରବାର କିଶୋରୀ ବାଳିକା ମାନଙ୍କର ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଥୁଆମୂଳ ରାମପୁର ଓ କର୍ତ୍ତବ୍ୟ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ବାଗଡିଆଣି ଗ୍ରାମରେ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା । ଉକ୍ତ ସ୍ବାସ୍ଥ୍ୟ ଶିବିରରେ ବାଗଡ଼ିଆଣି ସମେତ କୁମାରକାନି, ଗୋଦ୍ରାମସ୍କା, ଲାଠିଆଗୁଡ଼ା, କମରାଘାଟ ଏବଂ ରାଣିପଦର ଗ୍ରାମର ଶତାଧିକ କିଶୋରୀ ବାଳିକା ଏହି ସ୍ବାସ୍ଥ୍ୟ ଶିବିରରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଏ.ଏନ.ଏମ କୌଶଲ୍ୟା ମୁଦୁଲି ଓ ବାଗଡିଆଣି ସ୍ବାସ୍ଥ୍ୟ କର୍ମୀ ଲତିମା ପ୍ରଧାନ କିଶୋରୀ ବାଳିକାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।