ବାଙ୍ଗିରିପୋଷି: ଏଫ୍ ଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା ରେ ,ବାଙ୍ଗିରିପୋଷି ଠାରେ ବନ୍ଦ୍ କଲେ କଂଗ୍ରେସ ଓ ଭଞ୍ଜସେନା
ଏଫ୍ ଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା ରେ କଂଗ୍ରେସ ଆଜି ଓଡ଼ିଶା ବନ୍ଦ୍ ଡାକରା ଦେଇଥିଲା।ମୟୂରଭଞ୍ଜ ଜିଲ୍ଲାରେ ଏହି ବନ୍ଦ କୁ ସମର୍ଥନ କରିଥିଲା ଭାଞ୍ଜସେନା।ତେବେ ଆଜି ଉଭୟ ଦଳର କର୍ମୀ ଜାତୀୟ ରାଜପଥ 49 କୁ ବାଙ୍ଗିରିପୋଷି ନିକଟରେ ଅବରୋଧ କରିଥିଲି।ଫଳରେ ଶତାଧିକ ଗାଡ଼ି ରାସ୍ତା ର ଉଭୟ ପାର୍ଶ୍ଵରେ ଅଟକି ରହିଥିଲା।ସେହିପରି ଭଂଜସେନା ର କର୍ମୀମାନେ ବିଭିନ୍ନ ସ୍ଥାନରେ ବନ୍ଦ୍ କରିଥିବାର ଦେଖିବାକୁ ମିଳିଛି।ଏହି ବନ୍ଦ ଆଜି ଦିବା 2 ଘଟିକା ସମୟରେ ଶାନ୍ତି ଶୃଙ୍ଖଳା ର ସହିତ ଶେଷ ହେଇ ଯାଇଛି।