ବଲାଙ୍ଗୀର: ସଦେଇପାଲି ଇଲେକ୍ଟ୍ରିକ ଗ୍ରୀଡ୍ରୁ ଜୀବନ୍ତ ନାଗ ସାପ ସୁରକ୍ଷିତ ଉଦ୍ଧାର
ସଦେଇପାଲି ଇଲେକ୍ଟ୍ରିକ ଗ୍ରୀଡ୍ରୁ ଜୀବନ୍ତ ନାଗ ସାପ ସୁରକ୍ଷିତ ଉଦ୍ଧାର ବଲାଙ୍ଗୀର: ସଦେଇପାଲି ଇଲେକ୍ଟ୍ରିକ ଗ୍ରୀଡ୍ ଭିତରକୁ ପ୍ରବେଶ କରିଥିବା ବିଷାକ୍ତ ସ୍ପେକ୍ଟାକଲ୍ କୋବ୍ରା ପ୍ରଜାତି ର ଜୀବନ୍ତ ନାଗ ସାପକୁ ଆଜି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଶୀତ ଋତୁ ଆସିବା ସହିତ ନିକଟଅଂଚଳରୁ ବାଟ ବଣା ହୋଇ ସୁରକ୍ଷିତ ଏବଂ ଉଷ୍ଣ ସ୍ଥାନ ଖୋଜିବା ପାଇଁ ଏହି ଜୀବନ୍ତ ନାଗ ସାପଟି ଗ୍ରୀଡ୍ ମଧ୍ୟରେ ପ୍ରବେଶ କରିଥିବା ପ୍ରଥମିକ ସୂଚନା ମିଳିଛି।