କୋଟପାଡ: ଭାଲୁଗୁଡା ବିଦ୍ୟାଳୟରେ ଭଙ୍ଗା ଛତାରେ ଚିତ୍ର ଆଙ୍କି ଗଣିତ, ଜ୍ୟାମିତି ଓ ଘଣ୍ଟା ବିଷୟରେ ଶିକ୍ଷା ଦାନ ଦେଉଛନ୍ତି ଶିକ୍ଷକ କାନୂ ବେହେରା
ଶିକ୍ଷକଙ୍କ ନିଆରା ଶିକ୍ଷା ଦାନ l ଭଙ୍ଗା ଛତାରେ ଚିତ୍ର ଆଙ୍କି ଗଣିତ, ଜ୍ୟାମିତି ଓ ଘଣ୍ଟା ବିଷୟରେ ଶିକ୍ଷା ଦାନ ଦେଉଛନ୍ତି ଶିକ୍ଷକ କାନୂ ବେହେରା l ଆଜି ଅପରାହ୍ନ ୩ ଟା ସମୟରେ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ପଂଚାୟତ ର ଭାଲୁଗୁଡା ବିଦ୍ୟାଳୟ ରେ ଦେଖିବାକୁ ମିଳିଛି l ପିଲାଙ୍କ ସାଥିରେ ଖେଳି ଖେଳି କୌଶଳ କ୍ରମେ ଅତି ସୁନ୍ଦର ଭାବେ ଗଣିତ ଏବଂ ଜ୍ୟାମିତିର କଣ ବୁଝାଉଛନ୍ତି ଏଥିସହ ଘଣ୍ଟ ବିଷୟରେ ସୂଚନା ଦେଉଛନ୍ତି ଶିକ୍ଷକ କାନୂ ବେହେରା l ଶିକ୍ଷା ଗ୍ରହଣ ପାଇଁ ପିଲାଙ୍କ ମଧ୍ୟରେ ଉତ୍ସହ ଦେଖିବାକୁ ମିଳିଛି l