ଝାରସୁଗୁଡା: ଝାରସୁଗୁଡା ସହର ସ୍ଥିତ ଏକ ଘରୋଇ ହୋଟେଲ ଠାରେ ଇଗଲ ଗ୍ରୁପ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ, ୧୫୨ ୟୁନିଟ ରକ୍ତ ସଂଗ୍ରହ
ଝାରସୁଗୁଡା ସହର ସ୍ଥିତ ଏକ ଘରୋଇ ହୋଟେଲ ଠାରେ ଇଗଲ ଗ୍ରୁପ ପକ୍ଷରୁ ଆଜି ସକାଳ ଦଶଟା ସମୟରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିବା ବେଳେ ବରିଷ୍ଠ ଓକିଲ ସନ୍ଦୀପ ଅବସ୍ତି, ସାମାଜସେବୀ ତାପସରାୟ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଇଗଲ ଗ୍ରୁପ ପକ୍ଷରୁ ଆୟୋଜିତ ଏହି ରକ୍ତଦାନ ଶିବିରରେ ମୋଟ ୧୫୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଇଗଲ ଗ୍ରୁପ ଅଧ୍ୟକ୍ଷ ଦିବ୍ୟସିଂହ ପଟନାୟକ, ସେକ୍ରେଟାରୀ ହିମାଡ୍ରି ପ୍ରଧାନ