ସ୍ୱାମୀର ଟଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର ଆହତ l ଏଭଳି ଘଟଣା ଘଟିଛି ଉଲୁଣ୍ଡା ଥାନା ଅନ୍ତର୍ଗତ କୂକିଆ ଗ୍ରାମରେ l ସୂଚନା ଅନୁସାରେ ବିକଲ ପୁର ଗ୍ରାମର ଲକ୍ଷ୍ମଣ ବାଦି ଙ୍କ ଝିଅ ଲିଲି ର ବିବାହ କୁକୁଆ ଗ୍ରାମର ଦେବରାଜ ସୁନା ଙ୍କ ସହିତ ହୋଇଥିଲା l ତାଙ୍କର ଏକ କନ୍ୟା ସନ୍ତାନ ଅଛି l ତେବେ ଦେବରାଜ ନିଜ ସ୍ତ୍ରୀ ର ଚରିତ୍ର କୁ ସନ୍ଦେହ କରି ମାନସିକ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ l ପୂର୍ବରୁ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ମଧ୍ୟ ହୋଇଥିଲା l ହେଲେ ଆଜି ଅପରାହ୍ନ ପ୍ରାୟ 3ଟା ସମୟରେ ଦେବରାଜ ସ୍ତ୍ରୀ ଲିଲିଙ୍କ ଚରିତ୍ରକୁ ସନ୍ଦେହ କରି ଏକ ଟାଙ୍ଗିଆରେ ଆକ୍ରମଣ କରି ତାଙ୍କ ମୁଣ୍ଡ