ରାତି ପାହିଲେ ଉଦଘାଟିତ ହେବ କଳାହାଣ୍ଡି ଲୋକ ସଂସ୍କୃତିର ଉତ୍ସବ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ଯ କଳାହାଣ୍ଡି ଉତ୍ସବ ପାଇଁ କଳାହାଣ୍ଡିର ବିଭିନ୍ନ ପ୍ରସିଦ୍ଧ ପୀଠରୁ ମଶାଲ ଉତ୍ସବ ସ୍ଥଳକୁ ନିଆଯାଇଥାଏ । ମଙ୍ଗଳବାର ଥୁଆମୁଳ ରାମପୁର ଆରାଧ୍ୟା ଦେବୀ ମାଁ ମାଣିକେଶ୍ଵରୀଙ୍କ ପୀଠରେ ପୂଜା ଅର୍ଚ୍ଚନା କରାଯିବା ପରେ ମଶାଲ ଯାତ୍ରା ଆରମ୍ଭ କରାଯାଇଛି।