ବିଦ୍ୟୁତ ଆଘାତରେ ନାବାଳିକା ଗୁରୁତର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି, ଆଜି ଔପଦା ବ୍ଲକ ତଳିକିଆ ଗ୍ରାମର ଜଣେ ନାବାଳିକା ନିକଟସ୍ଥ କେନାଲ ପାଖକୁ ଯାଇଥିବା ବେଳେ ବିଦ୍ୟୁତ ଆଘାତରେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଗ୍ରାମର ଗଙ୍ଗାଧର ବେହେରାଙ୍କ ନାବାଳିକା ଝିଅ ଗାୟତ୍ରୀ ବେହେରା ଘର ନିକଟସ୍ଥ କେନାଲ ପାଖକୁ ଯାଇଥିଲେ। ଏହି ସମୟରେ ବିଦ୍ୟୁତ ବିଭାଗର ଖାମଖିଆଲି ପାଇଁ କେନାଲ ନିକଟରେ ଏକ ତାର ଓହଳି ମାଟିରେ ଲାଗିଥିବାରୁ ନାବାଳିକା ଜଣଙ୍କ ବିଦ୍ୟୁତ ଆଘାତର ଶିକାର ହୋଇ ଗୁରୁତର ହୋଇଥିଲେ। ପ୍ରଥମେ ଔପଦା ପରେ ସୋର ମେଡିକାଲ କୁ ଭର୍ତ୍ତି କରିଥିଲେ l