ହିନ୍ଦୋଳ: ତେଲିଭୁଇଁ ଛକ ନିକଟରେ କାର ସହିତ ଅଟୋ ଦୁର୍ଘଟଣା
ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ପୁରୁଣା କଟକ ସମ୍ବଲପୁର ରାସ୍ତାର ତେଲିଭୁଇଁ ଛକ ଏ ଟି ଏମ ନିକଟରେ ଆଜି ସନ୍ଧ୍ୟା 6 ଟା ସମୟରେ ଏକ ଅଟୋ ସହ କାର ଦୁର୍ଘଟଣା ଘଟିଥିଲା । ଯାହାଦ୍ଵାରା କାରଟି ଭାଙ୍ଗିରୁଜି ଯାଇଥିବା ବେଳେ ଅଟୋ କିଛି ହୋଇନାହିଁ ।ସୂଚନା ଅନୁଯାୟୀ ତେଲିଭୁଇଁ ଅଂଚଳର ଗୋଟିଏ ପରିବାର ସାପୁଆ ଡ୍ୟାମରୁ ଭୋଜିକରି ଘରକୁ ଫେରିବାକୁ ଆଉ ଅଳ୍ପ ବାଟ ଥିଲାବେଳେ ଏଭଳି ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ବେଳେ ପୋଲିସ ପହଂଚି ବୁଝାସୁଝା କରିଥିଲା ।