ବଲାଙ୍ଗୀର: ପୁଣି ପରିଚୟ ମିଳିଲାନି ଏକ ଅସହାୟ ଶବ। ପୋଲିସ କହିବା ଅନୁଯାୟୀ, ଗତ ୨୩/୧୨/୨୫ ତାରିଖରେ ରମାଇ ଟକିଜ୍ ନିକଟ ବ୍ଲୁ ଲାଗୁନ ପାଖରେ ଜଣେ ଅଜଣା ଲୋକ ପଡିଥିବା ଦେଖାଯାଇଥିଲା। ଆମ୍ବୁଲାନ୍ସ ମାଧ୍ୟମରେ ତାଙ୍କୁ ଭୀମ ଭୋଇ ହସ୍ପିଟାଲକୁ ନେଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ୭୨ ଘଣ୍ଟା ପର୍ଯ୍ୟନ୍ତ ପରିଚୟ ସନ୍ଧାନ ସତ୍ତ୍ୱେ ବି କେହି ଆସିନଥିବାରୁ, ପୋଲିସ ଓ ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନର ସହଯୋଗରେ ହାଟପଦା ପଡା ଶ୍ମଶାନରେ ଆଜି ଅପରାହ୍ନ 4ଟା ସମୟରେ ଶେଷ ସମ୍ମାନ ସହ ଶବଦାହ କରାଯାଇଥିଲା। ଏଥିପାଇଁ ପୌରଧ୍ୟକ୍ଷା ଶହ ଯୋଗ ଦେଇ ଥିବାର କୁହା ଯାଇଛି