କୋରେଇ: ପୂର୍ତ୍ତ ବିଭାଗ ପକ୍ଷରୁ ପାଟରଙ୍ଗା ଓ ଅନ୍ଧାରୀ ପଂଚାୟତରେ ଅନେକ ନୂତନ ପ୍ରକଳ୍ପ କାର୍ଯ୍ୟର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ
Korai, Jajpur | Nov 30, 2025 ପୂର୍ତ୍ତ ବିଭାଗ ପକ୍ଷରୁ ପାଟରଙ୍ଗା ଓ ଅନ୍ଧାରୀ ପଂଚାୟତରେ ଅନେକ ନୂତନ ପ୍ରକଳ୍ପ କାର୍ଯ୍ୟର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହେଇଯାଇଛି l ପୂର୍ତ୍ତ ବିଭାଗ ପକ୍ଷରୁ ଆୟୋଜିତ ଶିଳାନ୍ୟାସ ଉତ୍ସବ କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଆକାଶ ଦାସନାୟକ ଅତିଥିଭାବେ ଯୋଗଦେଇ ନଡ଼ିଆ ବାଡେଇ ନୂତନ ପ୍ରକଳ୍ପ କାର୍ଯ୍ୟ ଗୁଡିକର ଶିଳାନ୍ୟାସ କରିଛନ୍ତି l ପାଟରଙ୍ଗା ପଂଚାୟତ ରେ ନୂତନ ପଂଚାୟତ ଗୃହ,ଆମ ବ୍ୟାଙ୍କ ଗୃହ,ସୁବିଧା କେନ୍ଦ୍ର,ମହା ସଙ୍ଘ କାର୍ଯ୍ୟାଳୟ, ମାର୍କେଟ କମ୍ପ୍ଲେସ,ଅତିରିକ୍ତ ଶ୍ରେଣୀ ଗୃହ ଓ ଅରଣ୍ୟମଦନ ଠାରେ ଖେଳ ମଞ୍ଚ ନିର୍ମାଣ ପାଇଁ ନୂତନ ପ୍ରକଳ୍ପ ନିର୍ମାଣ କରାଯିବ