ଲାଞ୍ଜିଗଡ: ଥୁଆମୁଳ ରାମପୁର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଓଲଟିଲା ବୋଲେରୋ ୩ ଗୁରୁତର
ଗତ ବିଳମ୍ବିତ ରାତିରେ ଥୁଆମୁଳ ରାମପୁର କାଶିପୁର ମୁଖ୍ୟ ରାସ୍ତାର ଥୁଆମୁଳ ରାମପୁର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଘଟିଛି ଏକ ଦୁର୍ଘଟଣା। ଏକ ବୋଲେରୋ ରାସ୍ତା ଉପରେ ଓଲଟି ପଡିବାରୁ ବୋଲେରୋ ଚାଳକ ସମେତ ୩ ଜଣ ଗୁରୁତର ହେଇଥିବା ବେଳେ ୫ ଜଣ ସାମାନ୍ୟ ଆହତ ହେଇଛନ୍ତି। ଏକ ବୋଲେରୋ ଯୋଗେ ଡୁମେରପଦର ଠାରେ ସାମିଜିକ କାର୍ଯ୍ୟ ସାରି ନାକରୁଣ୍ଡି ପଞ୍ଚାୟତ ମୋହନଗିରୀ ଗାଁ କୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହେଇଥିଲେ। ଚାଳକ ଗୁରୁତର ଥିବାରୁ ସୋମବାର ସକାଳୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।