ଜୁଜୁମୁରା: କୁମକା ଗ୍ରାମରେ ଖଳାରୁ ଅମଳ ଧାନ ଖାଇଲା ହାତୀ
କୁମକା ଗ୍ରାମରେ ଖଳାରୁ ଅମଳ ଧାନ ଖାଇଲା ହାତୀ.ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ନୁଆ ବରଗାଁ ମାଲ ପଞ୍ଚାୟତ ଅନ୍ତର୍ଗତ କୁମକା ଗ୍ରାମର ଧାନ ଖଳାରୁ ବୁଧବାର ରାତିରେ ଏକ ଦନ୍ତାହାତୀ ହାତୀ ଆସି ଉପଦ୍ରବ କରିଛି । ଗାଁର ଚାଷୀ ହେମନ୍ତ କୁମାର ମିର୍ଦ୍ଧା ଧାନ କ୍ଷେତରୁ ପାଚିଲା ଧାନ ସବୁ ଆଣି ନିଜ ଖଳା ରେ ଗଚ୍ଛିତ ରଖିଥିଲେ । ହେଲେ ଏକ ଦନ୍ତାହାତୀ ହାତୀ ଆସି ଧାନ ଫସଲ ସବୁ ଖାଇବା ସହ ନଷ୍ଟ କରିଦେଛି । ଫଳରେ ଚାଷି ଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି । ତେଣୁ ଶୀଘ୍ର କ୍ଷତିପୂରଣ ଦେବାକୁ ଚଷି ଜଣକ ଦାବି କରିଛନ୍ତି ।