ବଲାଙ୍ଗୀର ଚନ୍ଦନଭାଟି ଗ୍ରାମରେ ଘଟିଥିବା ନଗ୍ନନୃତ୍ୟ ଘଟଣାକୁ ନେଇ କଳାଜଗତରେ ଅସନ୍ତୋଷ ପ୍ରକାଶ ପାଇଛି। କୌଶଳ କଳା ମଣ୍ଡପ ନିକଟରେ ଜଣେ କଳାକାର ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, ଏପରି ନୃତ୍ୟ କଳାର ନାଁରେ ସାଂସ୍କୃତିକ ଅପମାନ। ଓଡ଼ିଆ ଲୋକକଳା ଓ ପରମ୍ପରାକୁ ଏହା ଅପମାନିତ କରୁଛି ବୋଲି ସେ ମତ ପ୍ରକାଶ କରିଛନ୍ତି। ଏପରି ଘଟଣା ଉପରେ ପ୍ରଶାସନ କଡ଼ା ପଦକ୍ଷେପ ନେବା ସହ କଳାର ମର୍ଯ୍ୟାଦା ରକ୍ଷା କରିବାକୁ ଆହ୍ୱାନ ଜଣାଇଛନ୍ତି।