ଆଜି ବଲାଙ୍ଗୀର ଜିଲ୍ଲାପାଳ ପଣ୍ଡାରାଣୀ ଗ୍ରାମରେ ଥିବା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅନ୍ତର୍ଗତ ନାରୀ ଉଦ୍ୟମୀ ନମୀତା ପଟେଲଙ୍କ ୧୫,୦୦୦ କ୍ଷମତା ବିଶିଷ୍ଟ କୁକୁଡ଼ ପାଳନ କେନ୍ଦ୍ରକୁ ପରିଦର୍ଶନ କରିଥିଲେ। ଏହି ଉନ୍ନତ ମଡେଲ୍ ପୋଲ୍ଟ୍ରି ୟୁନିଟ୍ ମାଧ୍ୟମରେ ସ୍ଥାନୀୟ ଯୁବ ଓ ମହିଳାମାନଙ୍କ ପାଇଁ ନୂତନ ଆୟ ସୃଷ୍ଟିର ଦ୍ୱାର ଖୋଲିବାର ଆଶା ବ୍ୟକ୍ତ କରାଯାଇଛି। ଜିଲ୍ଲାପାଳ ନମୀତାଙ୍କ ପ୍ରୟାସକୁ ସ୍ୱାଗତ କରି, ମହିଳା ସଶକ୍ତିକରଣ ଓ ଗ୍ରାମୀଣ ଅର୍ଥନୀତିରେ ଏହି ପ୍ରକଳ୍ପର ଗୁରୁତ୍ୱ ଉଲ୍ଲେଖ କରିଥିଲେ।