ଓଡ଼ିଶା ସରକାର ଙ୍କ ଖାଦ୍ୟ ସୁରକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ବନ୍ଧଛକ ରେ ସଚେତନତା କାର୍ଯ୍ୟକ୍ରମ ଓ ପଥ ପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଛି।ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟବ୍ରତ ସେନ ଏହାର ଦାୟିତ୍ବ ନେଇଥିଲେ।କ୍ଷୁଦ୍ର ବ୍ୟବସାୟୀ ମାନେ କିପରି ବିନା ଶୁକ୍ଲ ରେ ସେମାନେ ଖାଦ୍ୟ ସୁରକ୍ଷା ପ୍ରମାଣ ପତ୍ର ପାଇ ପାରିବେ ସେ ଉପରେ ଅଭିଯାନ ଆରମ୍ଭ ହୋଇଥିଲା।ଅପମିଶ୍ରିତ ତେଲ, ଧାର୍ଯ୍ୟ ତାରିଖ ଠାରୁ ଖାଦ୍ୟ କିଣିବା ଓ ବ୍ୟବହାର ନ କରିବା ଉପରେ ସୂଚନା ପ୍ରଦାନ କରାଯାଇଥିଲା।