ଗୁରୁବାର ସଂଧ୍ୟା ପ୍ରାୟ ୭ ଟାରେ ମୟୂରଭଞ୍ଜ ଜିଲ୍ଲାର ଉଦଳା ଠାରେ ଥିବା ହନୁମାନ ମନ୍ଦୀର ସମ୍ମୁଖରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ୭୯ ତମ ଜନ୍ମ ଦିନ ପାଳିତ ହୋଇଯାଇଛି। ଏଥି ଅବସରରେ ସେଠାରେ ୭୯ ଗୋଟି ଦୀପ ଜଳାଇ ସମୁହ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଉଦଳା ର ବିଧାୟକ ଶ୍ରୀନାଥ ସୋରେନ ଙ୍କ ସହିତ ଅନେକ ବରିଷ୍ଠ ନେତା ଓ କର୍ମୀ ମାନେ ଉପସ୍ଥିତ ରହିଥିଲେ।