ସୋନପୁର: କୃଷ୍ଣ ବଳରାମଙ୍କୁ ବନ୍ଦାଣ କଲେ ସୁବଳୟା ଗ୍ରାମବାସୀ
ସୂଚନା ଅନୁସାରେ ଆଜକୁ ଚାରିଦିନ ହେଲା ଜିଲ୍ଲାର ସୁବଳୟା ସହରରେ ବଳଦେବ କ୍ଲବ ଆନୁକୂଲ୍ୟରେ 47 ତମ ଗୋକୁଳାଷ୍ଟାମୀ ମହୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ, ଆଜି ମହୋତ୍ସବର ଚତୁର୍ଥ ଦିବସରେ ଗୋପାଳ ପିଲାଙ୍କ ଶହ କୃଷ୍ମ ବଳରାମ ଗୋଚାରଣ ନିମନ୍ତେ ନିକଟସ୍ଥ ଜଙ୍ଗଳକୁ ଯାଇଥିଲେ l ତେବେ ଗୋଚାରଣରୁ ଫେରୁଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ନିଜ ନିଜ ଘର ସମ୍ମୁଖରେ କୃଷ୍ଣ ବଳରାମଙ୍କ ପାଦ ଧୌତ୍ତ ଶହ ବନ୍ଦାଣ କରାଯାଉଥିବା ଆଜି ରାତି 7.30 ମିନିଟ ସମୟରେ ଦେଖିବାକୁ ମିଳିଛି l