ବଲାଙ୍ଗୀର ସହରର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପ୍ରାଙ୍ଗଣରୁ ଆଜି କୃଷୀ ସଚେତନା ରଥର ଶୁଭ ଉଦ୍ଘାଟନ କରିଛନ୍ତି ଜିଲ୍ଲାପାଳ। ଏହି ସଚେତନା ରଥ ମାଧ୍ୟମରେ ଜିଲ୍ଲାର ଗାଁ-ଗାଁକୁ ପହଞ୍ଚି କୃଷକମାନଙ୍କୁ ଆଧୁନିକ କୃଷି ପ୍ରଣାଳୀ, ଉନ୍ନତ ବିଜ, ସରକାରୀ କୃଷି ଯୋଜନା ସହିତ ନୂତନ ପ୍ରଯୁକ୍ତି ବିଷୟରେ ସଚେତନ କରାଯିବ। ଜିଲ୍ଲାପାଳ କୃଷକମାନଙ୍କୁ ଏହି ସୂଚନାର ଲାଭ ନେଇ କୃଷିକୁ ଲାଭଜନକ କରିବାକୁ ଆହ୍ୱାନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ କୃଷି ବିଭାଗର ଅଧିକାରୀ ଓ କୃଷକମାନେ ଉପସ୍ଥିତ ଥିଲେ।