କନ୍ଧମାଳ ଜିଲ୍ଲା ଟିକାବାଲି ମାଷ୍ଟ୍ରପଡା ସାହିର ଅରୁଣ କୁମାର ସାହୁଙ୍କ ଘର ସାମ୍ନାରୁ ହୋଣ୍ଡା ସାଇନ୍ ଓଡି ୧୨ -ବି ୮୫୭୮ ବାଇକ୍ କୁ କୈାଣସି ଦୃର୍ବୁତ୍ତ ଟେକି ନେଇ ନିଆଁ ଜାଳି ଦେଇଥିବା ଦେଖୁବାକୁ ମିଳିଛି। ସୂଚନା ମୁତାବକ ଅରୁଣ ସାହୁ ସକାଳେ ଫୁଲବାଣୀ କୌଣସି କାର୍ଯ୍ୟରେ ଯାଇଥିଲେ । କାମସାରି ଫୁଲବାଣୀରୁ ଘରକୁ ଫେରି ଘର ସାମ୍ନାରେ ବାଇକ୍ ରଖ୍ ରାତିରେ ଘରେ ଶୋଇଥିଲେ ।ତେବେ କୌଣସି ଦୁର୍ବୁତ୍ତ ବାଇକ୍ କୁ ନେଇଯାଇ ପାଖରେ ଥିବା ରଣେଶ୍ବର ମନ୍ଦିର ପାଖରେ ବାଇକ୍ ରେ ନିଆଁ ଲଗେଇ ଜାଳି ଦେଇଛନ୍ତି।