ବାଲେଶ୍ବର ମ୍ୟୁନିସିପାଲଟି: ରାଜଘାଟ ପୋଲ ନିକଟରେ ଦୁର୍ଘଟଣା, ଜଣେ ମୃତ
ରାସ୍ତା ମଝିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ଘଟିଛି, ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ଯାହା ସନ୍ଦେହକରାଯାଉଛି, ଏମିତି ଏକ ଅଭାବନୀୟ ଘଟଣା ରେମୁଣା ଦୁର୍ଗାଦେବୀ ଫାଣ୍ଡିକଡ଼ ରାସ୍ତାଦେଇ ସଂଯୋଗ କରୁଥିବା ଟିକିରାପାଳ ରାସ୍ତା ମଝିରେ ରାଜଘାଟ ପୋଲ ନିକଟରେ ଘଟିଛି, ବ୍ୟକ୍ତି ଜଣଙ୍କର ପରିଚୟ ତେନ୍ତୁଳିଦା ପଞ୍ଚାୟତ ମଣିନାଥପୁର ଗ୍ରାମର ବିକ୍ରମ ସିଂ (୪୬) ବୋଲି ଯାହା ଜଣାପଡ଼ିଛି, ଖବର ପାଇ ପୋଲିସ ସେଠାରେ ପହଞ୍ଚି ବୁଧବାର ରାତ୍ର ୮ଘଟିକା ରେ ଶବ ବ୍ୟବଛେଦ ପାଇଁ ଜିଲ୍ଲା ଡାକ୍ତରଖାନା କୁ ପଠାଇଛି ।