ସୁକିନ୍ଦା: ସଂଶାଇଲୋ ପାଖ 53 ନଂ ଜାତୀୟ ରାଜପଥରେ ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର
ମଙ୍ଗଳପୁର ବାସିନ୍ଦା ଯୁବକ ଗଣେଶ୍ୱର ମହାନ୍ତ କଳିଙ୍ଗନଗର ସ୍ଥିତ ଏକ ଘରୋଇ କମ୍ପାନୀକୁ ଡ୍ୟୁଟି କରିବା ପାଇଁ ଯାଉଥିବା ବେଳେ ସଂଶାଇଲୋ ପାଖ 53 ନଂ ଜାତୀୟ ରାଜପଥରେ ତାଙ୍କ ବାଇକ ଚକା ମଧ୍ୟରେ ଏକ ବୁଲା କୁକୁର ପଶି ଯିବା ଫଳରେ ଗଣେଶ୍ୱର ମହାନ୍ତ ବାଇକ ଭାରଶ୍ୟାମ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଏହି ଦୁର୍ଘଟଣାରେ ଗଣେଶ୍ୱର ମହାନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ସେ ଗୁରୁତର ହୋଇଯାଇଥିଲେ । ତାଙ୍କୁ ତାଙ୍କର ଲୋକ ମାନଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯିବା ପରେ ଏବେ ତାଙ୍କର ଚିକିତ୍ସା ଜାରି ରହିଛି