ବାମରା ବ୍ଲକ ଅନ୍ତର୍ଗତ ଉଚ୍ଚକାପାଟ ଗ୍ରାମ ପଞ୍ଚାୟତର କେଛୁପାଣି ସ୍ଥିତ ଧବଳେଶ୍ୱର ମହାଦେବ ବାବା ମନ୍ଦିର ପରିସରରେ ସମ୍ବଲପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ତୃତୀୟ ମାସିକ ବୈଠକ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଅନ୍ତର୍ଯ୍ୟାମୀ ପାଣିଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ବାମରା ବ୍ଲକର ଗଡ଼ପୋଷ ଓ କୁଚିଣ୍ଡା ବ୍ଲକ ଅଧିନସ୍ଥ କୁନ୍ତରା ଗ୍ରାମ ପଞ୍ଚାୟତର ବରିଷ୍ଠ ନାଗରିକ ସଙ୍ଘ, ସମ୍ବଲପୁର ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘ ସହ ଯୋଗଦାନ କରିଥିଲେ।