ଛେଣ୍ଡିପଦା: ଆଜି ପୂର୍ବାହ୍ନ 12 ଟା ସମୟରେ ରାଜ୍ୟ ଆଇନ ସେବା ପ୍ରାଧିକାରଣ ଓ ଜିଲ୍ଳା ଦୌରା ଜଜ ଆଇନ ସେବା ପ୍ରାଧିକାରଣ ଅଧ୍ୟକ୍ଷ ଦାମଦର ରଥଙ୍କ ତତ୍ତ୍ଵାବଧାନରେ ସପ୍ତମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ଜିଲ୍ଲା ଅଦାଲତ ପରିସରରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ପ୍ରତିଯୋଗିତା ତାଳଚେର, ଆଠମଲ୍ଲିକ, ପାଳଲହଡା, ଛେଣ୍ଡିପଦା ଓ ବଆଁରପାଳ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମରେ ପ୍ରାଧିକରଣ ଅଧକ୍ଷ ଦାମୋଦର ରଥ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ପ୍ରମୁଖ ଉପସ୍ଥିତ ଥିଲେ |