କୋଟପାଡ: ବୈପାରୀଗୁଡରେ ତାମିଲନାଡୁ ଅଟୋ ଡ୍ରାଇଭଙ୍କୁ ସମ୍ଭର୍ଦ୍ଧନା, ଡ୍ରାଇଭରମାନଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ସାଇକଲ ଯାତ୍ରା କରି କରୁଛନ୍ତି ସଚେତନା
ବୈପାରୀଗୁଡା ମୁଖ୍ୟ ଛକରେ ତାମିଲନାଡୁ ଅଟୋ ଡ୍ରାଇଭରଙ୍କୁ ସ୍ଥାନୀୟ ଡ୍ରାଇଭର ମହାସଙ୍ଘ ପକ୍ଷରୁ ସ୍ବାଗତଂ ସମର୍ଦ୍ଧନା କରାଯାଇଛି l ରବିବାର ସକାଳ ଦଶଟା ସମୟରେ ବୈପାରୀଗୁଡା ମୁଖ୍ୟ ଛକରେ ଏଭଳି ଦେଖିବାକୁ ମିଳିଛି l ଦେଶରେ ଡ୍ରାଇଭର ପାଇଁ ନୂଆ ନିୟମ ପ୍ରଣୟନ ହେଉ, ଡ୍ରାଇଭରଙ୍କ ସୁରକ୍ଷା ସହ ସମ୍ମାନ ଦିଆଯାଉ l ଏଭଳି କିଛି ଦାବୀ ନେଇ ସାଇକଲ ଯୋଗେ ସମଗ୍ର ଦେଶ ପରିକ୍ରମା କରୁଛନ୍ତି ତାମିଲନାଡୁର ଅଟୋ ଡ୍ରାଇଭର ଆବଦୁଲ୍ଲ ସାଲିମ୍ ଶେଖ l ଏହି ବାର୍ତ୍ତା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ପହଞ୍ଚଯାଇବା ପାଇଁ ସେ ଚେଷ୍ଟା କରୁଛନ୍ତି l