ବାରିପଦାରେ ବିହାରୀ ସମ୍ପ୍ରଦାୟର ଲୋକେ ଆନନ୍ଦ ଉଲ୍ଲାସର ସହ ଛଟ୍ ପର୍ବ ପାଳନ କରିଛନ୍ତି। ଶ୍ରଦ୍ଧାଳୁ ମାନେ ମଧୁବନ, ପୋଡା ଅସ୍ତିଆ, ବେଲ ଗଡ଼ିଆ, ଷ୍ଟେସନ ବଜାର ଆଦି ଅନେକ ସ୍ଥାନରେ ବୁଢ଼ାବଳଙ୍ଗ ନଦୀ କୂଳରେ ପହଞ୍ଚି ସୋମବାର ସଂଧ୍ୟା ପ୍ରାୟ ୫.୩୦ଟାରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ ପୂର୍ବକ ପୂଜାର୍ଚ୍ଚନା କରିଛନ୍ତି। ୩ଦିନ ଧରି ପୂଜାର୍ଚ୍ଚନା ହେଉଥିବା ବେଳେ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଏହା ସମ୍ପନ୍ନ ହେବ।