ରାଉରକେଲା ମ୍ୟୁନିସିପାଲଟି: ପାନପୋଷ ବ୍ରାହ୍ମଣୀ ନଦୀକୁ ଡେଇଁ ଯୁବକର ଆତ୍ମହତ୍ୟା
ପାନପୋଷ ବ୍ରାହ୍ମଣୀ ନଦୀକୁ ଡେଇଁ ଯୁବକର ଆତ୍ମହତ୍ୟା ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଯୁବକ ଜଣଙ୍କ ହେଲେ ଡେଲି ମାର୍କେଟ ନିକଟ ମାଡ଼ୁ ମହାରାଜା ଗଳିର ଇନ୍ଦ୍ରଜିତ ଦେ (୪୪ବର୍ଷ)। ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇ ପାରିନାହିଁ। ସୂଚନା ଅନୁସାରେ ବୁଧବାର ଅପରାହ୍ନରେ ଇନ୍ଦ୍ରଜିତର ବଡ଼ଭାଇ ବିଶ୍ବଜିତକୁ ଫୋନ୍କରି ବ୍ରାହ୍ମଣୀ ନଦୀକୁ ଡ଼େଇଁ ଆତ୍ମହତ୍ୟା କରିବାକୁ ଯାଉଥିବା କହିଥିଲେ। ବଡ଼ଭାଇ କିଛି ଉତ୍ତର ଦେବା ପୂର୍ବରୁ ଫୋନ୍ ବନ୍ଦ କରିଦେଇଥିଲେ। ପରେ ଯୁବକ ନଦୀକୁ ଡ଼େଇଁ ଜୀବନ ହାରିଥିଲେ।