ଆଜି ବଲାଙ୍ଗୀର ଗଇଁନ୍ତଲା ପଡିଆରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା–୨୦୨୫ ଆୟୋଜିତ ହେଲା। କୃଷକ, ମାଛଚାଷୀ ଓ ପଶୁପାଳକମାନେ ନିଜ ଉତ୍ପାଦନ ଓ ପ୍ରଦର୍ଶନୀ ସହ ଯୋଗଦେଲେ। କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ମେଳାକୁ ଗ୍ରାମୀଣ ଅର୍ଥନୀତି ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ଭାବେ ବର୍ଣ୍ଣନା କରିଥିଲେ। ସେ କୃଷକ-ମାଛଚାଷୀଙ୍କ ଆୟ ବୃଦ୍ଧି ଓ ସରକାରୀ ସହାଯୋଗ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ।