ବୌଦ୍ଧ ସଦର: ନାରାୟଣ ନଗର ନିକଟରେ କାନ୍ଥକୁ ଧକ୍କା ଦେଇ ବୁଲେଟ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ ଜଣେ ଗୁରୁତର
ରବିବାର ଅପରାନ୍ହରେ ବୌଦ୍ଧ ଥାନା ନାରାୟଣ ନଗର ନିକଟରେ ରାସ୍ତା ପାର୍ଶ୍ବ କାନ୍ଥକୁ ଧକ୍କା ଦେଇ ଏକ ବୁଲେଟ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ମୃତକ ଖୁଣ୍ଟବନ୍ଧ ପଞ୍ଚାୟତ ବାଲିଦୋହଲି ଗ୍ରାମର ସୁଜନ ମହାକୁଡ ଓ ଗୁରୁତର ଜଣକ ରାମଗଡ଼ ଗ୍ରାମ ପଞ୍ଚାୟତ ମହୀ ବାହାଲ୍ ଗ୍ରାମର ଆକାଶ ପାତ୍ର ବୋଲି ଜଣା ପଡିଛି l ଏକ ବୁଲେଟ ଯୋଗେ ଜନ୍ହାପଙ୍କ ଆଡକୁ ଆସୁଥିବା ସମୟରେ ହାଟପଦା ନିକଟ ଗୌତମ ମେହେରଙ୍କ ଘର କାନ୍ଥକୁ ବୁଲେଟ ଧକ୍କା ଦେଇ ଦୁର୍ଘଟଣା ଘଟି ଥିଲା l