ବଲାଙ୍ଗୀରରେ କୈବର୍ତ୍ତ ସମାଜ ତରଫରୁ ଭବ୍ୟ କଳସଯାତ୍ରା, ପୌରାଧକ୍ଷା ଲିକା ସାହୁଙ୍କ ଯୋଗଦାନ ଆଜି ବଲାଙ୍ଗୀର ଲୋକନାଥ ମନ୍ଦିର ପରିସରରୁ କୈବର୍ତ୍ତ ସମାଜ ତରଫରୁ ଭବ୍ୟ ଓ ଧାମିକ ଉତ୍ସାହରେ କଳସଯାତ୍ରା ଆୟୋଜନ କରାଯାଇଥିଲା। ପରମ୍ପରାଗତ ପୋଷାକରେ ନାରୀମାନେ କଳସ ନେଇ ଯାତ୍ରାରେ ସାମିଲ ହୋଇଥିଲେ। ଏହି ଅବସରରେ ବଲାଙ୍ଗୀର ପୌରାଧକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସମାଜ ଲୋକଙ୍କ ସହ ସହର ପରିକ୍ରମା କରିଥିଲେ। ଢୋଲ-ନିସାନ ଓ ଭକ୍ତି ସଙ୍ଗୀତର ସହିତ ଆୟୋଜିତ ଏହି କଳସଯାତ୍ରା ସମଗ୍ର ସହରକୁ ଉତ୍ସବମୟ ପରିବେଶରେ ମୁହିଁଦେଇଥିଲା।