କଟକ ପୌରାଞ୍ଚଳ: ସୋମବାର ପୁରୀ କେନାଲ ବନ୍ଧ ରାସ୍ତା ଷଣ୍ଢପୁର ଛକରେ ସିରିଜ ଦୁର୍ଘଟଣା ଘଟି ଦୁଇଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଗୋଟିଏ କାର ଭାଙ୍ଗିରୁଜି ଯାଇଛି
ସୋମବାର ଦିନ ୧୨ ଟାରେ ପୁରୀ କେନାଲ ବନ୍ଧ ରାସ୍ତା ଷଣ୍ଢପୁର ଛକରେ ସିରିଜ ଦୁର୍ଘଟଣା ଘଟି ଦୁଇଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଗୋଟିଏ କାର ଭାଙ୍ଗିରୁଜି ଯାଇଛି। ଖବର ଅନୁଯାୟୀ ଉକ୍ତ ରାସ୍ତା ଦେଇ ସୋମବାର ଗୋଡ଼ିସାହି ପଟୁ ଏକ କାର ବାରଙ୍ଗ ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟାଟା ମ୍ୟାଜିକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।