ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଜୟପୁର ଶାଖା ର ୮୧ ତମ ପ୍ରତିଷ୍ଠା ଦିବସ ଆଜି ସକାଳ 9ଟା 30 ମିନିଟ ସମୟରେ ଅନୁଷ୍ଠିତ ହୋଇଛି l ପାଇଲ ସାହି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଠାରେ ପାଳିତ ହୋଇଯାଇଛି। ଜୟପୁର ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଦେବୀପ୍ରସାଦ ଦାସ ଙ୍କ ଅଧକ୍ଷତାରେ ଏହି ଦିବସ ପାଳନ ଅବସରରେ ଅବସର ପ୍ରାପ୍ତ ପୂର୍ବତନ ବରିଷ୍ଠ ଶିକ୍ଷକ ଅମିତାଭ ପଟ୍ଟନାୟକ, ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ମାଧୁରୀ ପଣ୍ଡା, ଅତିଥି ଭାବେ ଯୋଗ ଦେଇ ସଂଘିୟ ପତାକା ଉତ୍ତୋଳନ କରିଥିଲେ।