ଗତ 24 ଘଣ୍ଟା ମଧ୍ୟରେ ଅନୁଗୋଳ ଜିଲ୍ଳାର ତାପମାତ୍ରା 13.3 ଡିଗ୍ରୀ ସେଲସିୟସ ଥିଲା। ଜିଲ୍ଲାରେ ଶୀତର ପ୍ରକୋପ ଜାରୀ ରହିଛି। ସକାଳୁ ସକାଳୁ ଘନ କୁହୁଡି ଢାଙ୍କି ଦେଉଥିବା ବେଳେ, ଜିଲ୍ଲାର ଆଠମଲ୍ଲିକରେ ମଧ୍ୟ ପାରଦ ଖସୁଛି। ଆଠମଲ୍ଲିକରେ ଗତ 24 ଘଣ୍ଟାରେ ତାପମାତ୍ରା 13 ଡିଗ୍ରୀ ତଳେ ରହିଛି । ଯାହାକୁ ନେଇ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ଜିଲ୍ଲାରେ ପାଗ ଶୁଖିଲା ରହିବ