ସତଲମା ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ସଂଜୀବ କୁମାର ସେଠଙ୍କୁ ପୁନଃ ନିଯୁକ୍ତି କରାଯିବା ଦାବିରେ ବୁଧବାର ମଧ୍ୟାହ୍ନ ୧ ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ସତଲମା ଗ୍ରାମବାସୀ | ସୂଚନା ଅନୁସାରେ ସତଲମା ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ବର୍ଷ ଧରି ଫାର୍ମାସିଷ୍ଟ ସଂଜୀବ କୁମାର ସେଠ କାର୍ଯ୍ୟରତ ଥିଲେ | ତେବେ ତାଙ୍କ ବଦଳି ଅନ୍ୟତ୍ର ହୋଇଥିବା ବେଳେ ବର୍ତମାନ ସତଲମା ସ୍ୱାସ୍ଥ୍ୟ କେନ୍ଦ୍ରରେ ପୂର୍ବ ଭଳି ସୁବିଧା ମିଳୁ ନାହିଁ ।